ନେତା

 

 

 

 

 

 

 

 

 

ନେତା

ଶ୍ରୀ ଭିକାରି ଚରଣ ପଟ୍ଟନାୟକ

 

ନେତା

 

ନେତା ନେତା ବୋଲି ସମସ୍ତେ କହନ୍ତି

କିଏ ନେତା କେ ତା ଚିହ୍ନିବ,

ନେନ୍ଥା ନେନ୍ଥା କରି ନେତା ଫଳୁଛନ୍ତି

କଞ୍ଚା ପାକଲା କେ ଜାଣିବ ।

କେ ବୋଲଇ ମୁହିଁ       ଏମ୍.ଏ.ବିଏ. ପଢ଼ି

ବାହରି ଆସିଲି ପଦାକୁ,

ନେତା ହେବା ପାଇଁ ଦାବିହେଲା ମୋର

ଆଉ ମୁଁ ଡ଼ରିବି କାହାକୁ ।

କେହୁ ବୋଲେ କେହି ଦେଖୁ ନା ଅନାଇ

ମୋ ପେଟ ଉଠୁଛି ଆଗକୁ

ମୋତେ ଯେବେ ନେତା ନ କହିବ ମୁହିଁ

କେମନ୍ତେ ହଟିବି ପଛକୁ ।

କେହି ବୋଲେ ଦେଖ କୋଠାକୁ ମୋହର

ଅନା ମୋର ଗାଡ଼ି ଘୋଡ଼ାକୁ

କେମନ୍ତ ଛାଣ୍ଟରେ ବାଳ ମୁଁ କାଟିଛି

ଚାହାଁ ମୋର ଯାମାଯୋଡ଼ାକୁ ।

କେହି ବୋଲେ କେତେ କମାଇ କଉଡ଼ି

ଗାଡ଼ି ଦେଲି ଘର ଭିତରେ

ଚନ୍ଦ୍ର ସୂର୍ଯ୍ୟ ଦେଖି ନ ପାରିବେ କେବେ

ବଞ୍ଚିଥିଲେ ମୁହିଁ ପ୍ରାଣରେ ।

ପୁଅ ଝିଅ ଭାଇ ଭଉଣୀଙ୍କୁ କେହି

ପୋଷୁଅଛି କେଡ଼େ ସୁଖରେ

ସୁନା ଚୁଡ଼ୀ ଗଢ଼ି ପିନ୍ଧାଇ ଦେଲାଣି

ଦେଖ ତା ଭାରିଯା ହାତରେ ।

କେହି ଅବା ନିଜେ ଭୁଞ୍ଜନ୍ତି ଭୁଞ୍ଜାନ୍ତି

କେତେ କିସ ଭାଇ ବନ୍ଧୁଙ୍କୁ

ଦେଖୁଁ ଦେଖୁଁ ଶୁଣୁ ଶୁଣୁ ନ କହିବ

କେମନ୍ତେ ନେତା ଏ ସବୁଙ୍କୁ ।

କେହି ଯୋଡ଼ା ଯୋଡ଼ା ଗୁମାସ୍ତା ବସାଇ

ନିଜେ ବସି ସୁଧ କଷୁଛି

ଭାବୁଛି କେମନ୍ତେ ଯୋଡ଼ିଲେ ହିସାବ

ପାହୁଲାଟି ବେଶୀ ବଢ଼ୁଛି ।

ଦେଶ କାମ ଲାଗି ଲୋଡ଼ା ହେଲେ ଟଙ୍କା

ଦେଶ ଲୋକେ ଏକ ମେଳିରେ

ଯାହାର ଯା ଅଛି ଘର ବାଡ଼ି ସବୁ

ଲେଖିଦିଅ ତାଙ୍କ ନାମରେ ।

ଦେଶ ହିତେ ସେହି ଦସ୍ତାବିଜ ଘେନି

ପହଞ୍ଚିଲେ ରାତି ଅଧରେ

ଦେଶ-ହିତ-କାମୀ ଦେଶ ପ୍ରେମେ ଟଙ୍କା

ଗଣିଦେବେ ବିନା ଓଜରେ ।

ଏଡ଼େ ଅବିବେକ ଅନ୍ଧ କିଏ ତାଙ୍କୁ

ଦେଶ ନେତା ନୁହଁ କହିବ

ଦେଶ ଲୋକଙ୍କର ଏସନ ବେମାନି

ଧରମ କେମନ୍ତେ ସହିବ ।

ସଭା ସମିତିରେ ଉଭା ହୋଇ କେହି

ବକ୍ତୃତା ମଣ୍ଡପ ଉପରେ

ଆଖି କାନ ନାକ ତଣ୍ଟି କି ହଲାଇ

ନାଚନ୍ତି କେମନ୍ତ ତାନରେ ।

ତାନ ମାନ ସବୁ ମିଳାଇ ଯେସନ

ହାତକୁ ଗୋଡ଼କୁ କଚାଡ଼ି

କେମନ୍ତ ଛାଣ୍ଟରେ ବାଳ ମୁଁ କାଟିଛି

ଚାହାଁ ମୋର ଯାମାଯୋଡ଼ାକୁ ।

କେହି ବୋଲେ କେତେ କମାଇ କଉଡ଼ି

ଗାଡ଼ି ଦେଲି ଘର ଭିତରେ

ଚନ୍ଦ୍ର ସୂର୍ଯ୍ୟ ଦେଖି ନ ପାରିବେ କେବେ

ବଞ୍ଚିଥିଲେ ମୁହିଁ ପ୍ରାଣରେ ।

ପୁଅ ଝିଅ ଭାଇ ଭଉଣୀଙ୍କୁ କେହି

ପୋଷୁଅଛି କେଡ଼େ ସୁଖରେ

ସୁନା ଚୁଡ଼ୀ ଗଢ଼ି ପିନ୍ଧାଇ ଦେଲାଣି

ଦେଖ ତା ଭାରିଯା ହାତରେ ।

କେହି ଅବା ନିଜେ ଭୁଞ୍ଜନ୍ତି ଭୁଞ୍ଜାନ୍ତି

କେତେ କିସ ଭାଇ ବନ୍ଧୁଙ୍କୁ

ଦେଖୁଁ ଦେଖୁଁ ଶୁଣୁ ଶୁଣୁ ନ କହିବ

କେମନ୍ତେ ନେତା ଏ ସବୁଙ୍କୁ ।

କେହି ଯୋଡ଼ା ଯୋଡ଼ା ଗୁମାସ୍ତା ବସାଇ

ନିଜେ ବସି ସୁଧ କଷୁଛି

ଭାବୁଛି କେମନ୍ତେ ଯୋଡ଼ିଲେ ହିସାବ

ପାହୁଲାଟି ବେଶୀ ବଢ଼ୁଛି ।

ଦେଶ କାମ ଲାଗି ଲୋଡ଼ା ହେଲେ ଟଙ୍କା

ଦେଶ ଲୋକେ ଏକ ମେଳରେ

ଯାହାର ଯା ଅଛି ଘର ବାଡ଼ି ସବୁ

ଲେଖିଦିଅ ତାଙ୍କ ନାମରେ ।

ଦେଶ ହିତେ ସେହି ଦସ୍ତାବିଜ ଘେନି

ପହଞ୍ଚିଲେ ରାତି ଅଧରେ

ଦେଶ-ହିତ-କାମୀ ଦେଶ ପ୍ରେମେ ଟଙ୍କା

ଗଣିଦେବେ ବିନା ଓଜରେ ।

ଏଡ଼େ ଅବିବେକ ଅନ୍ଧ କିଏ ତାଙ୍କୁ

ଦେଶ ନେତା ନୁହଁ କହିବ

ଦେଶ ଲୋକଙ୍କର ଏସନ ବେମାନି

ଧରମ କେମନ୍ତେ ସହିବ ।

ସଭା ସମିତିରେ ଉଭା ହୋଇ କେହି

ବକ୍ତୃତା ମଣ୍ଡପ ଉପରେ

ଆଖି କାନ ନାକ ତଣ୍ଟିକି ହଲାଇ

ନାଚନ୍ତି କେମନ୍ତ ତାନରେ ।

ତାନ ମାନ ସବୁ ମିଳାଇ ଯେସନ

ହାତକୁ ଗୋଡ଼କୁ କଚାଡ଼ି

କେମନ୍ତ ଛାଣ୍ଟରେ ବାଳ ମୁଁ କାଟିଛି

ଚାହାଁ ମୋର ଯାମାଯୋଡ଼ାକୁ ।

କେହି ବୋଲେ କେତେ କମାଇ କଉଡ଼ି

ଗାଡ଼ି ଦେଲି ଘର ଭିତରେ

ଚନ୍ଦ୍ର ସୂର୍ଯ୍ୟ ଦେଖି ନ ପାରିବେ କେବେ

ବଞ୍ଚିଥିଲେ ମୁହିଁ ପ୍ରାଣରେ ।

ପୁଅ ଝିଅ ଭାଇ ଭଉଣୀଙ୍କୁ କେହି

ପୋଷୁଅଛି କେଡ଼େ ସୁଖରେ

ସୁନା ଚୁଡ଼ୀ ଗଢ଼ି ପିନ୍ଧାଇ ଦେଲାଣି

ଦେଖ ତା ଭାରିଯା ହାତରେ ।

କେହି ଅବା ନିଜେ ଭୁଞ୍ଜନ୍ତି ଭୁଞ୍ଜାନ୍ତି

କେତେ କିସ ଭାଇ ବନ୍ଧୁଙ୍କୁ

ଦେଖୁଁ ଦେଖୁଁ ଶୁଣୁ ଶୁଣୁ ନ କହିବ

କେମନ୍ତେ ନେତା ଏ ସବୁଙ୍କୁ ।

କେହି ଯୋଡ଼ା ଯୋଡ଼ା ଗୁମାସ୍ତା ବସାଇ

ନିଜେ ବସି ସୁଧ କଷୁଛି

ଭାବୁଛି କେମନ୍ତେ ଯୋଡ଼ିଲେ ହିସାବ

ପାହୁଲାଟି ବେଶୀ ବଢ଼ୁଛି ।

ଦେଶ କାମ ଲାଗି ଲୋଡ଼ା ହେଲେ ଟଙ୍କା

ଦେଶ ଲୋକେ ଏକ ମେଳରେ

ଯାହାର ଯା ଅଛି ଘର ବାଡ଼ି ସବୁ

ଲେଖିଦିଅ ତାଙ୍କ ନାମରେ ।

ଦେଶ ହିତେ ସେହି ଦସ୍ତାବିଜ ଘେନି

ପହଞ୍ଚିଲେ ରାତି ଅଧରେ

ଦେଶ-ହିତ-କାମୀ ଦେଶ ପ୍ରେମେ ଟଙ୍କା

ଗଣିଦେବେ ବିନା ଓଜରେ ।

ଏଡ଼େ ଅବିବେକ ଅନ୍ଧ କିଏ ତାଙ୍କୁ

ଦେଶ ନେତା ନୁହଁ କହିବି

ଦେଶ ଲୋକଙ୍କର ଏସନ ବେମାନି

ଧରମ କେମନ୍ତେ ସହିବ ।

ସଭା ସମିତିରେ ଉଭା ହୋଇ କେହି

ବକ୍ତୃତା ମଣ୍ଡପ ଉପରେ

ଆଖି କାନ ନାକ ତଣ୍ଟିକି ହଲାଇ

ନାଚନ୍ତି କେମନ୍ତ ତାନରେ ।

ତାନ ମାନ ସବୁ ମିଳାଇ ଯେସନ

ହାତକୁ ଗୋଡ଼କୁ କଚାଡ଼ି

ତାଳଗାଜି ପୁଣି ଯେତେ ଯେତେ କଥା

ପକାନ୍ତି ଯେମନ୍ତ ଅଜାଡ଼ି ।

ଦେଖିଲେ ଶୁଣିଲେ ଜାଣିବ ନିଶ୍ଚୟ

ଦେଶଟା ତାଙ୍କରି ହାତରେ

ମନ କଲେ ଦେଶ ଟେକିବେ ଦଣ୍ଡକେ

ମାଡ଼ିବେ କି ରସାତଳରେ ।

ତାଙ୍କୁ ଯେବେ କେହି ନେତା ନ କହିବ

ସେକି ଆଉ ବାକୀ ରଖିବେ !

ହକ ଦାବୀ ତାଙ୍କୁ ହେବ ଉପେକ୍ଷିତ

ଏହା କି ସହଜେ ସହିବେ ।

କେହି ବୋଲେ ମୁହିଁ ଲେଖି ପାରେଁ କାବ୍ୟ

କବିତା ପ୍ରବନ୍ଧ ସୁନ୍ଦର

ନେତା ବୋଲି ମୋତେ ନ ମାନିବ ଯେହୁ

କରି ଦେବି ତାକୁ ବାନ୍ଦର ।

କେହି ବୋଲେ ଗୋଟା ଭଲ ଓକିଲ ମୁଁ

ମହକିଲ ମୋର ବହୁତ

ଏଡ଼େ ଦମ୍ଭକାର ନେତା ନୁହେ ବୋଲି

କିଏ ସେ କହିବ କହୁତ ।

କେ କହେ ତାହାଙ୍କୁ ରାଜ-ପ୍ରତିନିଧି

ଚିହ୍ନନ୍ତି ପୁଚ୍ଛନ୍ତି ବାରତା

ପୁଅ ଝିଅଠାରୁ ଦେହ ମୁଣ୍ଡ ଯାଏ

ବୁଝନ୍ତି ଏ କଥା ସେ କଥା ।

ବାଟରେ ଘାଟରେ ଦେଖା ହୋଇଗଲେ

ମୁଚକି ମୁଚକି ହସନ୍ତି

ସରକାରୀ ସଭା ଯେତେ ଯହିଁ ହୁଏ

ସବୁଥିରେ ତାଙ୍କୁ ଲୋଡ଼ନ୍ତି ।

ତଳୁ ଉପରଯା’ ଯେ ଯହିଁ ରହନ୍ତୁ

କୋଠି କୋଠି ବୁଲି ସବୁରି

ସଞ୍ଜ ସକାଳରେ ସଲାମ ବଜାଇ

ରଖିଛନ୍ତି ସବୁ ଆବୁରି ।

ଏମନ୍ତ ଜନଙ୍କୁ ନେତା ନ କହିବ

କେମନ୍ତେ ଦେଶଟା ଚଳିବ

ସାଗର ତରଙ୍ଗେ ଦେଶ ଭାସିଗଲେ

କେ ତାକୁ କୁଳକୁ ଟାଣିବ ।

କେ ବୋଲେ ମୁହିଁ ତ ରଜା ରାଜୁଡ଼ାଙ୍କ

କ୍ଷମତାପତର ପାଇଛି

ବିବାହ ବ୍ରତରେ କେତେ ରଜାଙ୍କର

ନିମନ୍ତ୍ରଣ ପାଇ ଧାଉଁଛି ।

ମୋତେ ବଳି ଗୋଟା କେ ଅଛି ଉତ୍କଳେ

ମୁଁ ବା କିପାଁ ନେତା ନୋହିବି

ଆନ ଜନ ନେତା ହେବେ ମୋ ଆଗରେ

ଏହା ମୁଁ କେମନ୍ତେ ସହିବି ।

କେହୁ ବୋଲେ ଦେଶେ ମାନ୍ୟ ଗଣ୍ୟଜନ

ନ ଥିଲେ ମୋ ପିତା ସମାନ

ମଉରଷି ଦାବୀ ଛାଡ଼ିଦେବି ମୁହିଁ

କେଉଁ ଆଇନର ବିଧାନ ।

ସରକାର ଘରେ ଖଟି ଖଟି କେହି

ପିନିସିନି ଭୋଗୀ ହୋଇଛି

ସୁଖ୍ୟାତ ବଳରେ ସରକାର ଘରୁ

କେତେ କି ଖେଚାପ ପାଇଛି ।

ସରକାରୀ ଲୋକେ ସମସ୍ତେ ଚିହ୍ନନ୍ତି

ତାହାଙ୍କୁ ନେତା ନ କରିବ

ସରକାର ଘର ତାଲିକାରୁ ନିଶ୍ଚେଁ

ଦେଶଟିର ନାମ ଲୁଚିବ ।

କେତେ ଗୋଡ଼ଭାଙ୍ଗି ଛିଡ଼ା ହୋଇ ହୋଇ

ଟିକସ ଦାତାଙ୍କ ଦୁଆରେ

କମିସନର କେ ହୋଇ ବସୁଛନ୍ତି

ମ୍ୟୁନିସିପାଲିଟି ସଭାରେ ।

ଜିଲ୍ଲା ବୋଡ଼ କିମ୍ବା ସ୍ଥାନୀୟ ବୋଡ଼ର

ମେମ୍ବର କରିଣ କାହାକୁ

ଜିଲ୍ଲାର ମାଲିକ- ମାନେ ବାଛିଛନ୍ତି

ତୁମ୍ଭେ କି ନିନ୍ଦିବ ତାହାଙ୍କୁ ।

ଏମାନେ ସମସ୍ତେ ନେତା ଜଣେ ଜଣେ

ଯେ ଏଥି କରିବ ସଂଶୟ

ମଳ ମୂନ୍ତ୍ର ନ୍ତ୍ରିୟା ଆଦିରୁ ତାଙ୍କର

ସବୁଥିଳେ ଜାଣ ଅଥୟ ।

କେ ବୋଲଇ ଆମ୍ଭେ ଫିଟାଇ ଇସ୍କୁଲ

ପୁଣି ବେତ ଧରି ହାତରେ

ଭବିଷ୍ୟତ ଜାତି ସମାଜ ଗଢ଼ୁଛୁଁ

ସମ କେବା କର୍ମକ୍ଷେନ୍ତ୍ରରେ ।

କେଡ଼େ କେଡ଼େ ଲୋକ ଧାଇଁ ଆସୁଛନ୍ତି

ଶୁଣି ଆମ୍ଭ ଖ୍ୟାତି ଶ୍ରୁତିରେ

କହି ଯାଉଛନ୍ତି ଏସମ କୀରତି

ଦେଖା ନାହିଁ କାହିଁ କ୍ଷିତିରେ ।

ଦେଶର ଗୈାରବ ଦେଶର ସୌରଭ

ଆମ୍ଭ ହାତେ ଦେଶ ବଢ଼ାଇ

ଆମ୍ଭ ନେତା ପଣ ନ ମାନିବ ଦେଶ

ଦେବା ସେ ଦେଶକୁ ଉଡ଼ାଇ ।

କେହୁ ବୋଲେ ଆମ୍ଭେ ଧର୍ମ ଅଧିପତି

ବସିଅଛୁଁ ଧର୍ମ ପୀଠରେ

କୃଷ୍ଣ ଅବତାର ଲୀଳା ଖେଳାଗୁଡ଼ି

ବିଦ୍ୟମାନ ଆମ୍ଭ ମଠରେ ।

ତୋର କଉପୁନି ଅସଭ୍ୟତା ଚିହ୍ନ

ଫୋପାଡ଼ି ଦେଲୁଣି ସକଳ

ଦେଶ ନେତା ହେବା ପାଇଁକି ଯେକାଳୁ

ମନଟା ହେଲାଣି ବିକଳ ।

ସଭ୍ୟ ସମାଜର ଯେତେ ରୀତିନୀତି

ଯେତେ ଯା ସଭ୍ୟତା ବିଧାନ

କାର୍ଯ୍ୟରେ କର୍ମରେ ଯେମନ୍ତେ ଯେ ଚାହିଁ

ନିଅ କେ ନେବ ତା ପ୍ରମାଣ ।

ଧରମର ନେତା କରିଛି ବିଧାତା

ଏବେ ଦେଶବାସୀ ସକଳେ

କରମର ନେତା କରି ଦିଅ ମିଳି

ଦେଶଟା ରହିବ କୁଶଳେ ।

କେହୁ ବୋଲେ ସେହୁ ବିନା ବେତନରେ

ସରକାର ଘରେ ଖଟନ୍ତି

ସରକାରୀ ଲୋକେ ସବୁ ଦିନେ ତାଙ୍କୁ

କାମକା ବୋଲିଣ ମାନନ୍ତି ।

ଏତେ ଏତେ କରି ବେଠି ବେଗାରିରେ

ନେତା ଯେବେ ଆଜି ନୋହିବେ

ଦେଶ ଲୋକଗୁଡ଼ା କୃତଘ୍ନ ବୋଲିଣ

ସରକାରଙ୍କୁ ସେ କହିବେ ।

ମାନ୍ୟବର୍ତ୍ତମାନେ ନେତା ଅଗ୍ରଗଣ୍ୟ

ମାନ୍ୟବର ହେବା କାଳରୁ

ତାଙ୍କୁ ନେତାପଣ କେ ନେବ ଛଡ଼ାଇ

ବୃଥା ଏ କଳ୍ପଣା ମୁଳରୁ ।

କେହୁ ପାଞ୍ଚ ଯେବେ ସାହେବୀ ଢ଼ଙ୍ଗରେ

ସାହେବ ଅଞ୍ଚଳେ ରହିବ

ସାହେବ ପଲମ ମୁଣ୍ଡରେ ମୁଣ୍ଡାଇ

ସାହେବ ମହଲେ ଭ୍ରମିବି ।

କୁଳ ଭୁଆସୁଣୀ- ମାନଙ୍କୁ ମୋହର

ମୁକୁଳାମୁଣ୍ଡରେ ଦାଣ୍ଡରେ

ଛାଡ଼ି ଦେବି ପଦେ ପଦା ହାଙ୍କୁ ଥିବେ

ଇଙ୍ଗିରାଜୀ କଥା ତୁଣ୍ଡରେ ।

ସାହେବ ସୁବାଏ ଧାଇଁ ଆସି ତାଙ୍କ

କର-ମରଦନ କରନ୍ତେ

ଯେତେ ଯେ ଅଦେଖା ଗୁଡ଼ାକ ଆଖିରେ

ଦେଖିଣ ଚମକି ପଡ଼ନ୍ତେ ।

ନେତା ବୋଲି ମୋତେ ମାନନ୍ତୁ ସେ ଅବା

ନମାନନ୍ତୁ କେହି ମୁହଁରେ

ମୁଁତ ନେତା ହୋଇ ଭୁଁ ଉଁ ଭୁଁ ବଜାଇ

ବୁଲୁଥିବି ସଦା ସ୍ନେହରେ ।

କେହୁ ବୋଲେ ବୁଲି ଆସିଳି ବିଲାତ

ଆଉ ବାକୀ କିଛି ନାହିଁ ତ

ଛାତି ଦମ୍ଭ କରି ବସି ଅଛି ଏବେ

ନେତା ଅଗ୍ରଗଣ୍ୟ ମହିଁ ତ ।

ଉତ୍କଳ ଜନନୀ ନେତା ପ୍ରସବିନୀ

କେତେ ନେତା ଗଢ଼ି ଫିଙ୍ଗୁଛି

ତାଗୋଳ ନେତା- ରୋଳରେ ତା’ କୋଳ

କଳ କଲ୍ଲୋଳିତ କମ୍ପୁଛି ।

ନେତାମାନଙ୍କର ମହତ ସଙ୍କେତ

ସମସ୍ତଙ୍କ ଦୋଷ ବାଛିବା

ହେଲା କାମ ଯେତେ ହୋଇଗଲା କ୍ଷଣି

ନିଜ କୃତ୍ୟ ବୋଲି ଘୋଷିବା ।

ନିଜ ସ୍ୱାର୍ଥଟିକ ଘୋଡ଼ାଇ ଯତନେ

ସ୍ୱାର୍ଥ ତ୍ୟାଗ ଶିକ୍ଷା ଦେଶରେ

କରିବ ପ୍ରଚାର ନ ବୁଝିବେ କେହି

ଅଛି କିସ ପେଟ ଭିତରେ ।

ମୁହିଁଟି ସଜାଡ଼ି ରଖିଥିବ ସଦା

ଆକାଶ ପାତାଳ ଘଟଣା

ଗାଇ ଯିବ ଚାଲି ପଛକୁ ନ ଚାହିଁ

ନର ଲୋକେ ଯାହା ଅଜଣା ।

ଶିକ୍ଷା ଦେବ ସଦା କର୍ମ କରିବାକୁ

ଜାତି ଭାଇ ଦେଶ ଲୋକଙ୍କୁ

କର୍ମ କରି ଶ୍ରମ ସଫଳ ହୋଇଲେ

ସୁଖ୍ୟାତି ଅର୍ପନ୍ତୁ ତୁମ୍ଭଙ୍କୁ ।

ଅନେତାମାନଙ୍କ ଧନ ଦଉଲତ

ରଖିବାରେ ନାହିଁ କାରଣ

ତୁମ୍ଭଠାରେ ଯାହା ଅଛି ତା ଅଛିତ

ଚାହିଁବାକୁ କର ବାରଣ ।

ଦେଶ ହିତ ଯଜ୍ଞ- କୁଣ୍ଡରେ ଯେମନ୍ତ

ଢାଳିବେ ସେ ଆଣି ସକଳ

ପଡ଼ିବ ଏତିକି ବିଚାରି ଯତନେ

ଯୋଡ଼ିବାକୁ ଜାଣି କୌଶଳ ।

ତାଙ୍କରି ହାତରେ ତାଙ୍କରି ଧନରେ

ହୋଇ ଯାଉ ଯାହା ହୋଇବ

ତୁମ୍ଭ ଧନ ଯାକ ଲୁହା ସିନ୍ଧୁକରେ

ସମାଳ ଯେମନ୍ତେ ରହିବ ।

ନିଜ ଘର ବିତ୍ତ ଫିଟାଇ ଯେ ନେତା

ଦେଶ ହିତ ଲାଗି ମରନ୍ତି

ଭ୍ରମ ଭ୍ରାନ୍ତିଯାକ ସୁମରି ସତତ

ଶେଷକୁ ବୃଥାରେ ଝୁରନ୍ତି ।

ଦେଶ ଲୋକେ ଆମ୍ଭ ବଡ଼ ଗୁଣଗ୍ରାହୀ

ଅବିବେକ ପଣ ତାଙ୍କର

ବୁଝିବା ମାନ୍ତ୍ରକେ ଗୋଟି ଗୋଟି ହୋଇ

ସର୍ବେ ତାଙ୍କୁ ଛାଡ଼ ପତର ।

ଉତ୍କଳ ମାତାଙ୍କ ଉର୍ବରାଶକତି

ଯେ ଯହୁଁ ଏ କୋଳେ ଆସୁଛି

ଭୁଇଁ ଛୁଇଁଲାକୁ ଜଳବାୟୁ ଲାଗି

ନେତା ସେ ପାଲଟି ଯାଉଛି ।

ଯହି ଦେଖ ତହିଁ ନେତା ପଣ ପଣ

ନେତାଗଣ ବଣ ବଢ଼ିଲା,

ତେବେ ତ ଉତ୍କଳ ମାତାଙ୍କ ନୟନୁ

ଲୋତକ ଧାରା ନ ଶୁଖିଲା ।

ଯା ବକ୍ଷ ବିଦାରି ଶୋଷିଲ ଶୋଣିତ

ତା ଅଶ୍ରୁ ଯେବେ ନ ପୋଛିବ

ପୋଡ଼ି ଯାଉ ନେତା- ପଣ ସମସ୍ତଙ୍କ

ନେତା ନାମରୁ କି ଫଳିବ ।

Image